You are currently viewing କରୋନା କବଳରେ ଭିସୁଟର ୨୫ ଛାତ୍ର

କରୋନା କବଳରେ ଭିସୁଟର ୨୫ ଛାତ୍ର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ପୁଣି ଥରେ ଏହା ତାହାର ଭୟଙ୍କର ରୂପ ଦେଖାଉଛି । ଏନେଇ ରାଜ୍ୟରେ ପୁଣି ଥରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ଏୟାପୋର୍ଟରେ ଏବଂ ରେଳ ଷ୍ଟେସନରେ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି ।
ସବୁ ସ୍ଥାନରେ କଡାକଡି ଭାବେ କୋଭିଡ ଗାଇଡଲାଇନ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହା ପରେ ମଧ୍ୟ ସମ୍ବଲପୁର ସ୍ଥିତ ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ଗତକାଲି ୨୪ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହଷ୍ଟେଲ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ପିଡି ଡିଆରଡିଏ। ସେଠାରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏନେଇ ଅଫଲାଇନ କ୍ଲାସ ବନ୍ଦ କରି ସବୁ ପିଲାଙ୍କ ଅନଲାଇନ କ୍ଲାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।