You are currently viewing ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

କୋରାପୁଟ(୧୩.୨.୨୩) : କୋରାପୁଟ ଜିଲ୍ଲା ତୋୟାପୁଟରେ ବନ୍ଦ ଘରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ ଦେହ ଉଦ୍ଧାର ଘଟଣାର ତନାଘନା ତଦନ୍ତ । କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହାର ଖୋଳତାଡ କରୁଛି ପୋଲିସ ।ଗତକାଲି ବନ୍ଦ ଘର ଭିତରୁ ତୋୟାପୁଟର ଲିଙ୍ଗରାଜ ବିଷୋଇ, ତାଙ୍କ ପତ୍ନୀ ଓ ଦେଢ଼ବର୍ଷର ଝିଅର ମୃତଦେହ ଠାବ ହୋଇଥିଲା ।ଲିଙ୍ଗାଙ୍କ ପତ୍ନୀଙ୍କ ମୃତଦେହ ସୋଫାରେ ପଡିଥିବା ବେଳେ ଚଟାଣରେ ପଡ଼ିଥିଲା ଝିଅର ମୃତଦେହ । ଘର ଭିତରୁ ଲିଙ୍ଗରାଜଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପତ୍ନୀ ଓ ଝିଅକୁ ଲିଙ୍ଗା ହତ୍ୟା କରିବା ପଛର କାରଣ କଣ ? ଜଘନ୍ୟ ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ? ଏମିତି କଣ ହେଲା ଯେ ନିଜ ହାତରେ ନିଜ ସଂସାରକୁ ଶେଷ କରିଦେଲେ ? ଲିଙ୍ଗରାଜ ବିଷୋଇ ତୋୟାପୁଟ ବଜାରରେ ଏକ ଦୋକାନ କରିଥିଲେ । ଗତକାଲି ଦିନ ୩ଟା ଯାଏ ଦୋକାନ ଖୋଲି ବସିଥିଲେ । ଏହାପରେ ତାଙ୍କୁ ଦେଖିବାକୁ ମିଳି ନଥିଲା । ୪ଟା ପରେ ଖୋଲି ନଥିଲା ଦୋକାନ । ଏହାପରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା । ବେଟିଂ, ଜୁଆ ଖେଳି ବିପୁଳ ଟଙ୍କା ହରାଇବା ପରେ ଘରେ ଅଶାନ୍ତି ଲାଗି ରହୁଥିବା ସୂଚନା ମିଳିଛି । ଏହି କାରଣକୁ କେନ୍ଦ୍ର କରି ପତ୍ନୀ ଓ ଝିଅକୁ ମାରି ନିଜେ ମୃତ୍ୟୁର ରାସ୍ତା ବାଛି ନେଲେ କି ଲିଙ୍ଗରାଜ । ପୋଷ୍ଟମର୍ଟମ ରିପୋର୍ଟ ପରେ ଜଣାପଡ଼ିବ ମୃତ୍ୟୁର କାରଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।