You are currently viewing ଭାସୁଛି ୩ ନବଜାତଙ୍କ ମୃତ ଦେହ

ଭାସୁଛି ୩ ନବଜାତଙ୍କ ମୃତ ଦେହ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ (ବ୍ୟୁରୋ) ୧୬/୦୯, ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରମ ନିକଟରେ ଥିବା ନଟା ପୋଖରୀ ତିନି ଗୋଟି ନବଜାତ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ଜିଲ୍ଲ୍ଲାରେ ପ୍ରଥମ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏକାସଙ୍ଗେ କିପରି ୩ ଟି ଶିଶୁଙ୍କ ମୃତଦେହକୁ ଦେଖି ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇଯାଇଛନ୍ତି । ତେବେ ଏ ମୃତ ଦେହ କେଉଁଠାରୁ ଓ କିପରି ଆସିଲା ତାହା ଏବେ ସନ୍ଦେହ ଘେରରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।