fog

ଢେଙ୍କାନାଳରେ ସିରିଜ ଦୁର୍ଘଟଣା: ଏକାସାଙ୍ଗେ ଧକ୍କା ହେଲା ୩ଟି ଟ୍ରକ, ଜଣେ ଚାଳକ ଗୁରୁତର 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଘନ କୁହୁଡି ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଛକ ନିକଟରେ ସିରିଜ ଦୁର୍ଘଟଣା | ଏକାସାଙ୍ଗେ ଧକ୍କା ହେଲା ତିନୋଟି ଟ୍ରକ | ସୂଚନାଯୋଗ୍ୟ ଘନ କୁହୁଡିରେ ଦେଖା ନଯିବାରୁ ପ୍ରଥମେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା | ପରେ ଅନ୍ୟ ଏକ ଟ୍ରକ ଆସି ପଛପଟୁ ଧକ୍କା ଦେଇଥିଲା | ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଗୁରୁତର ଆହାତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି | ଅନ୍ୟପଟେ ଘଟଣାସ୍ଥଳରେ ପରଜଙ୍ଗ ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି | 

ଅନ୍ୟମାନଙ୍କୁ ଜଣାନ୍ତୁ।