You are currently viewing ଆଜି ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୭/୦୯, ଆଜି ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି । ଏଥିପାଇଁ ଆଜି ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ । ଭାଦ୍ରବ ଶୁକ୍ଳଦ୍ୱାଦଶୀ ତିଥିରେ ହମାପ୍ରଭୁଙ୍କର ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ଆଜି ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହେବ । ସକାଳ ଧୂପ ପରେ ମହାସ୍ନାନ ଓ ସର୍ବାଙ୍ଗ ନୀତି ବଢିବ । ଅଧିବାସ ହୋଇଥିବା ପଇତା ଲାଗି କରାଯାଇ ଠାକୁରଙ୍କୁ ଛଅ ମୂର୍ତ୍ତି ତଢାଉ ଲାଗି କରାଯିବ । ଏଥିପାଇଁ ଅପରାହ୍ନ ୫ଟାରୁ ରାତି୯ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅନ୍ୟପଟେ ଆଜି ଗଜପତି ମହାରାଜାଙ୍କ ୬୫ ଅଙ୍କ ଆରମ୍ଭ ହେବ । ଏଥିପାଇଁ ଗଜପତି ମହାରାଜା କନକ ଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ଓ ନୃସିଂହଙ୍କୁ ପୂଜାର୍ଚ୍ଚନା କରିବେ । ଏହାପରେ ଶ୍ରୀନଅରରେ ଅଙ୍କକଟା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।