You are currently viewing ଆଜି ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆଜି ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୪/୦୯, ଆଜି ଶ୍ରୀ ମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସରି ଦ୍ୱିତୀୟ ଭୋଗ ମଣ୍ଟପ ସରିବା ପରେ ବନକଲାଗି ନୀତି କରାଯିବ । ଦତ୍ତମହାପାତ୍ର ସେବାୟତ ଗର୍ଭଗୃହକୁ ପ୍ରବେଶ କରି ହିଙ୍ଗୁଳ, ହରିତାଳ, ଶଙ୍ଖ,କେଶର, କର୍ପୂର, କଇଁଥ,ଅଠା ଆଦି ବ୍ୟବହାର କରି ଶ୍ରୀମୁଖ ଶୃଙ୍ଗାର କରିବେ । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ଆରମ୍ଭ ହେବ । ଦତ୍ତ ମହାପାତ୍ର ସେବାୟତମାନେ ଠାକୁରଙ୍କର ବନକଲାଗି ନୀତି କରିବେ । ଏଥିପାଇଁ ଆଜି ଅପରାହ୍ନ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ ।

ଅନ୍ୟମାନଙ୍କୁ ଜଣାନ୍ତୁ।