You are currently viewing ନକଲି ସାର୍ଟିଫିକେଟ୍ ମାମଲା: ବହିଷ୍କୃତ ହେଲେ ୪ ଶିକ୍ଷକ

ନକଲି ସାର୍ଟିଫିକେଟ୍ ମାମଲା: ବହିଷ୍କୃତ ହେଲେ ୪ ଶିକ୍ଷକ

ଏଏନଏସ୍: ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା ଆକ୍ସନ। ୪ ନକଲି ଶିକ୍ଷକଙ୍କୁ ବହିଷ୍କୃତ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ୪ ନକଲି ଶିକ୍ଷକ ହେଲେ ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ। ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିଲେ।

ସୂଚନାଯୋଗ୍ୟ ଗତ ୧୦ତାରିଖରେ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ। ଜାଲ ସାର୍ଟିଫିକେଟରେ ୨୦୧୨ରୁ ଚାକିରି କରୁଥିବା ଵଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଥିଲେ ମୃଣ୍ମୟୀ ପଣ୍ଡା। ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ମଧ୍ୟ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିଥିଲା। ଏନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ। ଅଭିଯୋଗ ପରେ ତିନି ନକଲି ଶିକ୍ଷକ ଫେରାର ଥିବା ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।