You are currently viewing ଖରସ୍ରୋତା ନଦୀରେ ବୁଡ଼ି ଜଣେ ମୃତ, ୫ ନିଖୋଜ

ଖରସ୍ରୋତା ନଦୀରେ ବୁଡ଼ି ଜଣେ ମୃତ, ୫ ନିଖୋଜ

ଯାଜପୁର(ଏଏନଏସ)୧୮/୦୩, ଯାଜପୁର ଟାଉନ ଥାନା ବଡ଼ସୁଆର ଅଞ୍ଚଳ ଖରସ୍ରୋତା ନଦୀରେ ଅଭାବନୀୟ ଘଟଣା | ଖରସ୍ରୋତା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫ଜଣ ଯୁବକ ନିଖୋଜ ହୋଇଛନ୍ତି। ସୂଚନା ଅନୁସାରେ, ହୋଲି ଖେଳିସାରି ଯୁବକମାନେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ଗାଧୋଇବାବେଳେ ୬ ଜଣ ବୁଡିଯାଇଥିଲେ | ଏ ୬ ଜଣ ଯୁବକ ବଡ଼ ସୁଆର ଘାଟ ପାଖରେ ବୁଡ଼ି ଯାଇଛନ୍ତି। ତେବେ ସେଠାରୁ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୫ ଜଣଙ୍କୁ ଖୋଜାଖୋଜି ଜାରି ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।