You are currently viewing ଡିଆର୍‌ଡିଓରୁ ତଥ୍ୟ ଲିକ ଅଭିଯୋଗରେ ୫ ଠିକା କର୍ମଚାରୀଙ୍କୁ ଉଠାଇ ଆଣିଲା ପୁଲିସ

ଡିଆର୍‌ଡିଓରୁ ତଥ୍ୟ ଲିକ ଅଭିଯୋଗରେ ୫ ଠିକା କର୍ମଚାରୀଙ୍କୁ ଉଠାଇ ଆଣିଲା ପୁଲିସ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର, ୧୪/୦୯: ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ ଅଭିଯୋଗରେ ଚାନ୍ଦିପୁର ଡିଆରଡିଓର ୫ କର୍ମଚାରୀଙ୍କୁ ବାଲେଶ୍ୱର ପୁଲିସ ଉଠାଇ ଆଣିଛି । ସେମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି । ଅଭୀଯୁକ୍ତ ମାନେ ଡିଆରଡିଓର ଏସି ଓ ଜେନେରେଟର ଅପରେଟର ଭାବେ କାର୍ଯ୍ୟକରୁଥିବା ଜଣାପଡିଛି । ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ୬ ଡିଏସପି ଓ ୬ ଜଣ ଆଇଆଇସି ରହିଛନ୍ତି । ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କ ନାଁ ହେଉଛି ବସନ୍ତ ବେହେରା, ଟୁଲୁ ବେରା ଓ ମୂଷା କିନ୍ତୁ ଅନ୍ୟ ଦୁଇ ଜଣଙ୍କ ନାମ ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତ ମାନଙ୍କୁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ସେମାନଙ୍କୁ ଅଟକ ରଖିଛି ପୁଲିସ । ଏନେଇ ସାଢେ ତିନିଟାରେ ସୂଚନା ଦେବେ ପୁଲିସ ମହାନିର୍ଦ୍ଦେଶକ ଅଭୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।