You are currently viewing ଓଡିଶା ପାଇଁ ୫୦୦ କୋଟି ସହାୟତା ଘୋଷଣା

ଓଡିଶା ପାଇଁ ୫୦୦ କୋଟି ସହାୟତା ଘୋଷଣା

ଭୁବନେଶ୍ୱର -୨୮.୦୫.୨୦୨୧, ବାତ୍ୟା ‘ୟାସ’ର ତାଣ୍ଡବ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ବାତ୍ୟା ପ୍ରଭାବିତ ରାଜ୍ୟ ପାଇଁ ୧୦୦୦ କୋଟିର ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫ ଶହ କୋଟି ସହାୟତା ଘୋଷଣା ହୋଇଛି । ଏହା ସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି । ବାତ୍ୟା ପ୍ରଭାବିତ ୩ଟି ରାଜ୍ୟର କ୍ଷୟକ୍ଷତି ଆକଳନ ପାଇଁ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଏହି ଟିମ୍ ରାଜ୍ୟଗୁଡିକରେ ବାତ୍ୟା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ରିପୋର୍ଟ ଦେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।