You are currently viewing କରୋନାର ଦ୍ବିତୀୟ ଲହରରେ ଦେଶରୁ ୫୯୪ ଡାକ୍ତର ମୃତ, ଓଡିଶାରୁ ୨୨ ଜଣ

କରୋନାର ଦ୍ବିତୀୟ ଲହରରେ ଦେଶରୁ ୫୯୪ ଡାକ୍ତର ମୃତ, ଓଡିଶାରୁ ୨୨ ଜଣ

ଭୁବନେଶ୍ୱର -୦୨.୦୬.୨୦୨୧, କରୋନା ଦ୍ବିତୀୟ ଲହର ଭୟାବହତା ସାରା ଦେଶରେ ଦେଖିବାକୁ ମିଳିଛି । କରୋନାର ଦ୍ବିତୀୟ ଲହର ଅନେକ ଲୋକଙ୍କ ଜୀବନ ମଧ୍ୟ ନେଇଛି । କରୋନାର ଦ୍ବିତୀୟ ଲହର ପ୍ରକୋପରୁ ସମ୍ମୁଖ ଯୋଦ୍ଧା ମାନେ ମଧ୍ୟ ବାଦ ପଡିନାହାନ୍ତି। ଏଯାଏଁ ଦେଶରେ ଦ୍ବିତୀୟ ଲହରରେ ମୋକ ୫୯୪ ଡାକ୍ତରଙ୍କ ଜୀବନ ନେଲାଣି କରୋନା । ଏନେଇ ଭାରତୀୟ ଡାକ୍ତରୀ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେମଧ୍ୟରୁ ଓଡ଼ିଶାରୁ ୨୨ ଜଣ ଡାକ୍ତରଙ୍କ ଜୀବନ ନେଇଛି କରୋନା । ଦିଲ୍ଲୀରୁ ସର୍ବାଧିକ ୧୦୭ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି । ଏହାବ୍ୟତୀତ ବିହାର ୯୬, ୟୁପି ୬୭, ରାଜସ୍ଥାନ ୪୩, ଝାଡ଼ଖଣ୍ଡ ୩୯ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩ଶହ କାର୍ଯ୍ୟରତ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି। ପ୍ରଥମ ଲହରରେ ୭୪୭ ଡାକ୍ତର ମୃତ୍ୟୁବରଣ କରିଥିବା ସୂଚନା ।

ଅନ୍ୟମାନଙ୍କୁ ଜଣାନ୍ତୁ।