pandian

ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ, ଦ୍ୱିତୀୟ ପର୍ଯ୍ୟାୟ ବିକାଶ ମୂଳକ କାମ ପ୍ରସଙ୍ଗରେ ସେବାୟତଙ୍କ ସହ ଆଲୋଚନା

  • Post category:ଓଡିଶା
  • Reading time:1 mins read

ଏଏନଏସ: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ 5ଟି ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ । ପରେ 5ଟି ଅଧକ୍ଷ ଆଖଣ୍ଡଳମଣି ମନ୍ଦିରକୁ ଯାଇ ପୂଜା କରିବା ସହ ଆଶିଷ ଲାଭ କରିଥିଲେ ।

କାର୍ଯ୍ୟକ୍ରମ ଅନୁସାରେ ପୀଠର ଦ୍ୱିତୀୟ ପର୍ଯ୍ୟାୟ ବିକାଶ ମୂଳକ କାମ ପ୍ରସଙ୍ଗରେ ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି 5ଟି ଅଧ୍ୟକ୍ଷ। ଏଥିସହ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ଅଫିସରଙ୍କ ସହ କାର୍ଯ୍ୟ ବାବଦରେ ଆଲୋଚନା କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଥିସହ ବିକାଶମୂଳକ କାମ ପାଇଁ କ୍ଷତିଗ୍ରସ୍ତ ହେଉଥିବା ସେବାୟତଙ୍କୁ ଜାଗା ଓ ଘରର ପାଞ୍ଚ ଗୁଣା କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ରଖିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।