You are currently viewing ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ନାବାଳକ

ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ନାବାଳକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୨.୧୧.୨୦୨୧, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ ମାରିଛନ୍ତି । ଭୋର୍ ସମୟରେ ସୁଧାର ଗୃହର ଝରକା ରେଲିଂ ତାଡ଼ି ସେମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ଚମ୍ପଟ ମାରିଥିବା ନାବାଳକମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜୁଛି। ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି।
ବ୍ରହ୍ମପୁର ବାଳ ସୁଧାର ଗୃହରେ ୫ଟି ଗୃହ ଥିଲା। ଏହି ଗୃହରେ ୧୧୬ ଜଣ ଅନ୍ତେବାସୀ ରହୁଥିଲେ। ତେବେ ବ୍ରହ୍ମପୁର ବାଳ ସୁଧାର ଗୃହରେ ୨୦ଫୁଟ ଉଚ୍ଚର ପାଚେରି ରହିଛି। ପରେ ବି କିପରି ସେମାନେ ସେଠାରୁ ଚମ୍ପଟ୍ ମାରିଲେ ଏନେଇ ଘଟଣା ଶିଶୁ ସୁରକ୍ଷା ଅଧିକାରୀ ଓ ଉପଜିଲ୍ଲାପାଳ ବ୍ରହ୍ମପୁର ବାଳ ସୁଧାର ଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।