You are currently viewing ଏଥର ୬ ବର୍ଷରୁ କ୍ଲାସୱାନ

ଏଥର ୬ ବର୍ଷରୁ କ୍ଲାସୱାନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୩/୦୨, ବଦଳିଲା ନାମଲୋକା ବୟସ ସୀମା । ୬ବର୍ଷରୁ ପିଲା ପଢିବେ କ୍ଲାସୱାନ । ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ୬ବର୍ଷ ବୟସରେ ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଅଭିଭାବକ। ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ନୂଆ ନୀତି ଆପଣାଇନଥିବା ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ଯେଉଁ ରାଜ୍ୟ ସରକାର ନୂଆ ଶିକ୍ଷା ନୀତିକୁ ଆପଣାଇଛନ୍ତି, ସେମାନେ ଏହି ନିୟମ ଲାଗୁ କରିବେ । ତେବେ ଯେଉଁ ରାଜ୍ୟ ଏହାକୁ ଲାଗୁ କରିନାହାନ୍ତି ସେମାନେ ନୂଆ ଶିକ୍ଷାନୀତିର ଏହି ନିୟମକୁ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ୩ବର୍ଷରୁ ପିଲାଙ୍କୁ ପ୍ଲେ-ସ୍କୁଲ ପଠାଯିବା ସହ ୬ବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।