You are currently viewing ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ୭ ଜଣଙ୍କୁ ଅଟକ

ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ୭ ଜଣଙ୍କୁ ଅଟକ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର(୧୦.୪.୨୩) :  ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣାରେ ୭ଜଣଙ୍କୁ ଉଠାଇ ନେଇଛି ତଦନ୍ତକାରୀ ଟିମ୍ । ଏଥିସହ ସ୍କାନରରେ ସରକାରୀ ଚାକିରିଆ ଓ ଦଲାଲ । ଏପ୍ରିଲ ୧ ତାରିଖରୁ ଏହି ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ୍ ସାର୍ଟିଫିକେଟ୍ ଦେଇ ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି । ଏହି ୨୦୦ ଜଣଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ସରକାରୀ ଚାକିରିଆ ଓ କିଛି ଦଲାଲ ରହିଛନ୍ତି ବୋଲି ସୂଚନା ରହିଛି । ରାକେଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପୋଲିସ ଆରମ୍ଭ କରିଛି ତନାଘନା । ଯେଉଁମାନେ ଏହି ରାକେଟ ସହ ଜଡିତ ଅଛନ୍ତି ତାଙ୍କୁ ଗିରଫ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ସୂଚନା ରହିଛି । ରିପୋର୍ଟରୁ ଜଣାପଡିଛି ଯେ, ବଲାଙ୍ଗୀରରେ ଅନେକ ବର୍ଷ ଧରି ଏହି ନକଲି ସାର୍ଟିଫିକେଟ ରାକେଟ୍ ସକ୍ରିୟ ରହିଛି । କ୍ରାଇମବ୍ରାଞ୍ଚ ଉଭୟ ମନୋଜ ଓ ସହଯୋଗୀ କମ୍ପ୍ୟୁଟର୍ ଶିକ୍ଷକ ଆଲୋକ ରଞ୍ଜନ ଉଦଗାତାଙ୍କ ପରିବାର ସଦସ୍ୟଙ୍କୁ ଜାଲ ସାର୍ଟିଫିକେଟ୍ କାରବାର ମାମଲାରେ ଜେରା କରିଛି । ସେମାନେ ଯେଉଁ ଉତ୍ତର ଦେଇଛନ୍ତି ଏହାକୁ ଉଭୟ ମନୋଜ ଓ ଆଲୋକଙ୍କ ବୟାନ ସହିତ ମେଳ କରାଯାଇଛି । କିନ୍ତୁ ସେଥିରେ କୌଣସି ତାଳମେଳ ରହୁ ନଥିବାରୁ ଉଭୟ ପରିବାର ସଦସ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।