You are currently viewing ଗାଡି ଧକ୍କାରେ କଲେଜ ଛାତ୍ରୀ ମୃତ

ଗାଡି ଧକ୍କାରେ କଲେଜ ଛାତ୍ରୀ ମୃତ

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡା ୧୬/୦୯, କଲେଜ ଛାତ୍ରୀଙ୍କୁ ଧକ୍କା ଦେଲା ହାଇଡ୍ରା ଗାଡ଼ି । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଦୁର୍ଘଟଣା । ଦୁର୍ଘଟଣାରେ କଲେଜ ଛାତ୍ରୀ ଲିଜାଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉତ୍ତେଜନା ଲାଗି ରହି ଥିବାରୁ ବରିଷ୍ଠ ପୋଲିସ ଓ ଫୋର୍ସ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ଅରଡ଼ା କଲେଜ ଛାତ୍ରୀ ଲିଜା ଧୁରିଆଙ୍କ ମୃତ୍ୟୁ ହୋଇଛି । ଜମିଦାରପଡ଼ାର ଲିଜା ଆଜି ସକାଳୁ ସାଇକେଲରେ କଲେଜ ଯିବା ସମୟରେ ତାଙ୍କୁ ହାଇଡ୍ରା ଗାଡ଼ି ଧକ୍କା ଦେଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।