You are currently viewing ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୦୩/୦୧, ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ପଳାଉଥିଲା । ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ସେପଟେ ଘଟଣାସ୍ଥଳରେ ଉତ୍ତେଜନା ହୋଇଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ରାସ୍ତା ଜାମ୍‌ ହଟାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।