You are currently viewing ଜନ୍ମ ଦାତା ସାଜିଲା କାଳ

ଜନ୍ମ ଦାତା ସାଜିଲା କାଳ

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ଼(ଏଏନଏସ)୦୧/୦୫, ଶେଷରେ ଜନ୍ମଦାତା ସାଜିଲା ସୈତାନ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଣା । ନିଜ ଜନ୍ମ କଲା ପିଲାଙ୍କୁ କୂଅରେ ଫୋପାଡି ହତ୍ୟା କଲାବାପା ।
ଖବରରୁ ପ୍ରକାଶ ଯେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିରହିଥିଲା । ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତିର ବାତାବରଣ ରହିଥିଲା । ଯାହାର କୁପରିଣତି ଏବେ ଦେଖାଦେଇଛି । ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲା ମଦ୍ୟପ ସ୍ବାମୀ । ଝଗଡ଼ା ଏତେ ପରିମାଣରେ ବଢିଗଲା ଯେ ମଦ୍ୟପ ସ୍ୱାମୀ ନିଜ ୩ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିଲା । ଯାହାଫଳରେ ୩ଛୁଆଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏବେ ଯାଏଁ ସେମାନଙ୍କ ପରିଚୟ ମିଳିପାରିନାହିଁ ।ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ମଦ୍ୟପ ବାପା ଘଟଣାସ୍ଥଳରୁ ଫେରାର ମାରିଛି ।ମୃତ ୩ ଶିଶୁଙ୍କ ବୟସ ଯଥାକ୍ରମେ- ୫ ବର୍ଷ, ୨.୫ ବର୍ଷ, ୩ ବର୍ଷ ବୋଲି ସୂଚନା ରହିଛି । ସୂଚନା ପାଇଁ କୋଇଡା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।