You are currently viewing ବ୍ୟାରିକେଡ଼‌ରେ ଫସିଲା ନାବାଳିକା ମୁଣ୍ଡ

ବ୍ୟାରିକେଡ଼‌ରେ ଫସିଲା ନାବାଳିକା ମୁଣ୍ଡ

ପୁରୀ(ଅନନ୍ତ ସିଂ), ଅଳ୍ପକେ ବର୍ତ୍ତିଲା ନାବାଳିକାର ଜୀବନ। ପୁରୀ ବଡ଼ଦାଣ୍ଡର ଲୁହା ବ୍ୟାରିକେଡରେ ଫସି ଯାଇଥିଲା ଏକ ଶିଶୁକନ୍ୟା। ପିଲାଟି ବହୁ ସମୟ ଧରି ବ୍ୟାରିକେଡ଼‌ରେ ଫସି ରହିଥିଲା । ୪ ବର୍ଷୀୟ ନାବାଳିକାର ମୁଣ୍ଡ କେମିତି  ବ୍ୟାରିକେଡରେ ଫଶି ଗଲା, ତାହା ସ୍ଫଷ୍ଟ ହୋଇପାରିନାହିଁ। ମୁଣ୍ଡଟି ବହୁ ସମୟ ଧରି ବ୍ୟାରିକେଡରେ ରହି ଯାଇଥିଲା। ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଶିଶୁକୁ ଉଦ୍ଧାର କରିଥିଲା । ସୂଚନା ଅନୁସାରେ, ଭବାନୀପାଟଣାର ଏକ ପରିବାର ପୁରୀ ଦର୍ଶନ ପାଇଁ ଆସିଥିଲେ। ଚପଲ ଷ୍ଟାାଣ୍ଡ ପାଖରେ ପିଲାଟିର ମୁଣ୍ଡ ବ୍ୟାରିକେଡରେ ଫସି ଯାଇଥିଲା। ବହୁ କଷ୍ଟରେ ପିଲାଟିକୁ ଉଦ୍ଧାର ପରେ ସମସ୍ତେ ଜୟ ଜଗନ୍ନାଥ ଧ୍ୱନି ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।