You are currently viewing ଆତ୍ମହତ୍ୟା କଲେ ସାମ୍ବାଦିକା : ମୃତ୍ୟୁପଛରେ ସ୍ୱାମୀଙ୍କ ଅନୈତିକ ସମ୍ପର୍କ

ଆତ୍ମହତ୍ୟା କଲେ ସାମ୍ବାଦିକା : ମୃତ୍ୟୁପଛରେ ସ୍ୱାମୀଙ୍କ ଅନୈତିକ ସମ୍ପର୍କ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ନିଜର ଦୁଃଖ କାହାଣୀକୁ ସେୟାର କରି ରେଲୱେ  ଓଭରବ୍ରିଜରୁ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସାମ୍ବାଦିକା । ମୃତ ସାମ୍ବାଦିକା ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ମଧୁମିତା ପରିଡା । ରେଳବାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ସ୍ୱାମୀଙ୍କ ଅନୈତିକ ସମ୍ପର୍କକୁ ନେଇ ମଧୁମିତା ଆତ୍ମହତ୍ୟା କରିଥିବା ଭାଇରାଲ ଭିଡିଓରୁ ଜଣାପଡୁଛି ।

ସୂଚନା ଅନୁଯାୟୀ,  ଏକ ପୋର୍ଟାଲରେ କାମ କରୁଥିବା ମଧୁମିତା ପାଞ୍ଚ ବର୍ଷ ହେବ ସାମନ୍ତରାପୁର ଅଞ୍ଚଳର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେମାନେ ବିବାହ କରିଥିଲେ । ଏହା ଭିତରେ ତାଙ୍କ ସ୍ୱାମୀ ଆଉ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ସ୍ୱାମୀଙ୍କ ଅନୈତିକ ସମ୍ପର୍କ ନିଜ ବାନ୍ଧବୀଙ୍କ ସହ ଥିବାର ଜାଣିପାରିଥିଲେ ମଧୁମିତା । ଏହି ସମ୍ପର୍କକୁ ମଧୁମିତା ସହି ନପାରି ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ମୃତ୍ୟୁ ପୂର୍ବରୁ ମଧୁମିତା ନିଜ ମରିବା ପଛର କାହାଣୀ କହି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି , ମୋ ସ୍ୱାମୀ ମୋତେ ଧୋକ୍କା ଦେଇଛନ୍ତି । ମୋ ସାଙ୍ଗ ସହ ରାତି ଗୋଟାଏ, ଦଇଟା ପର୍ଯ୍ୟନ୍ତ ଗପୁଛନ୍ତିା ଏ ସମ୍ପର୍କରେ ଜାଣିପକାଇବାଟା ମୋର ସବୁଠୁ ବଡ ଭୁଲ ଥିଲା । ଯେଉଁଥିପାଇଁ ସେ ମୋତେ ଛାଡପତ୍ର ଦେବେ ବୋଲି କହୁଛନ୍ତି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।