You are currently viewing ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଛାତ୍ରର ଆତ୍ମହତ୍ୟା

ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଛାତ୍ରର ଆତ୍ମହତ୍ୟା

  • Post category:ଓଡିଶା
  • Reading time:1 mins read

ବାସୁଦେବପୁର(ଏଏନଏସ)୩୦/୦୭, ଆଉ ଦିନ କେଇଟା ପରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । କିନ୍ତୁ ଏହା ପୂର୍ବରୁ ଏକ ଦୁଃଖଦ ଘଟଣା ଦେଖିବାକୁ ବିଳିଛି ଭଦ୍ରକ ଜିଲ୍ଲା ରବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତରେ । ମାଟ୍ରିକ ରେଜଲ୍ଟ ବାହାରିବା ଆଗରୁ ଜଣେ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଶ୍ରୀଧର ନାୟକଙ୍କ ଏହି ପୁଅ ମାନସ କୌଣସି କାରଣ ପାଇଁ କେନାଲ ବନ୍ଧ ନିକଟରେ ଏକ ଅର୍ଜୁନ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ଏବଂ ଗଛରେ ଲେଖିଛି କ’ଣ ପାଇଁ କରିଛି ଆତ୍ମହତ୍ୟା । ଗ୍ରାମବାସୀମାନେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।