You are currently viewing ସଡକ ଦୁର୍ଘଟଣା ନେଲା ବାପାର ଜୀବନ

ସଡକ ଦୁର୍ଘଟଣା ନେଲା ବାପାର ଜୀବନ

  • Post category:ଓଡିଶା
  • Reading time:1 mins read

ମୟୂରଭଞ୍ଜ (ଏଏନଏସ)୦୧/୦୬, ସଡକ ଦୁର୍ଘଟଣା ନେଲା ବାପାର ଜୀବନ ବର୍ତ୍ତିଗଲା ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କାଠପାଳ ନିକଟ ଖମାରୀ ଗ୍ରାମରେ। ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ଡମ୍ଫର ଧକ୍କାରେ ବାଇକ ଚାଳକ ନିରଞ୍ଜନ ମହାନ୍ତଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ନିରଞ୍ଜନ ନିଜ ପୁଅ ଗୁଣନିଧି ସହିତ ମଟର ସାଇକେଲ ଯୋଗେ ବେତନଟୀରୁ ଘରକୁ ଫେରୁଥିଲେ । ତେବେ ଖମାରୀ ଗାଁରେ ପହଞ୍ଚିବା ପୂର୍ବରୁ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲେ। ଏହି ସମୟରେ ବାଲି ବୋଝେଇ ଡମ୍ଫର ଦ୍ରୁତଗତିରେ ଆସି ନିରଞ୍ଜନଙ୍କୁ ଧକ୍କା ଦେଇଥିଲା । ଗୁରୁତର ନିରଞ୍ଜନଙ୍କୁ ଉଦ୍ଧାରକରି ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ନିରଞ୍ଜନଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବେତନଟୀ ପୁଲିସ ଡମ୍ଫରକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।