You are currently viewing ପୋଖରୀରେ ପଡି ଦୁଇ ବର୍ଷର ଶିଶୁ ମୃତ

ପୋଖରୀରେ ପଡି ଦୁଇ ବର୍ଷର ଶିଶୁ ମୃତ

  • Post category:ଓଡିଶା
  • Reading time:1 mins read

ଜଗତସିଂହପୁର(ଏଏନଏସ) ୨୭/୧୨: ପୋଖରୀରେ ପଡି ଦୁଇ ବର୍ଷର ଶିଶୁ ମୃତ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର-ବାଲିକୁଦା ଥାନା ଚଅଁରପୁର ଗାଁରେ ଘଟିଛି । ସୂଚନା ଅନୁଯାୟୀ ଚଅଁରପୁର ଗ୍ରାମରେ ରବିନ୍ଦ୍ର ଦାସଙ୍କ ପୁତ୍ର ସୋମବାର ସକାଳେ ପୋଖରୀ କୂଳରେ ଖେଳୁଥିଲା । ଖେଳୁଥିବା ବେଳେ ଅସାବଧାନତାବଶତଃ ଗୋଡ ଖସିଯିବାରୁ ସେ ପୋଖରୀରେ ଖସି ପଡିଥିଲା ।ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିର ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।