You are currently viewing ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଆହତ

ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଆହତ

  • Post category:ଓଡିଶା
  • Reading time:1 mins read

ସୁବର୍ଣ୍ଣପୁର(ଏଏନଏସ) ୨୬.୧୧.୨୦୨୧,ସୁବର୍ଣ୍ଣପୁରର ବ୍ଲକ୍ ଛକରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀ ମାନଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଉଛି ।
ସୁଚନାଅନୁସାରେ, କିଙ୍ଗଫିସର୍ ନାମକ ବସଟି ଭୁବନେଶ୍ୱରରୁ ରାଇଘର ଅଭିମୁଖେ ଯାଉଥିବାବେଲେ ସୋନପୁରର ବ୍ଲକ ଛକରେ ଏକ ଟ୍ରକଟି ଯାତ୍ରୀବାହୀ ବସ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଚିକିତ୍ସାଳୟରେ ଚିକିତ୍ସା ପଠା ଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।