You are currently viewing ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ: ଜଣେ ମୃତ, ୨ ଗୁରୁତର

ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ: ଜଣେ ମୃତ, ୨ ଗୁରୁତର

  • Post category:ଓଡିଶା
  • Reading time:1 mins read

ବାଲେଶ୍ଵର(ଏଏନଏସ)୧୨.୦୧.୨୦୨୨, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଜଣେ ମୃତ, ଅନ୍ୟ ୨ ଗୁରୁତର ।ସୂଚନା ଅନୁସାରେ, କଲିକତା ଆଡୁ ବାଲେଶ୍ୱର ଆସୁଥିବା ଏକ ଟ୍ରକଟି ରାସ୍ତା କଡରେ ଥିବା ଅନ୍ୟ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଚକା ଫାଟି ଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲପର ଅନ୍ୟ ଜଣେ ଟ୍ରକ୍ ଭିତରେ ହିଁ ଚାପି ହୋଇ ଯାଇଥିଲେ । ଖବର ପାଇ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ । ଘଟଣାସ୍ଥଳରେ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।