accident

କାଳ ହେଲା ଘନ କୁହୁଡ଼ି, କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଘନ କୁହୁଡ଼ି ପାଇଁ ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାନଯିବାରୁ କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ପୁରୀରୁ କଂଟିଲୋ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କଲଭର୍ଟରେ ପିଟି ହୋଇ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ ଦୁଇ ବାଇକ ଆରୋହୀ । ଘଟଣାସ୍ଥଳରେ ଜଣଙ୍କୁ ପିପିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଭୁବନେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଏଯାଏଁ ଉଭୟଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।