You are currently viewing ଆନ୍ଧ୍ର କ୍ରସର ୟୁନିଟରେ ଦୁର୍ଘଟଣା

ଆନ୍ଧ୍ର କ୍ରସର ୟୁନିଟରେ ଦୁର୍ଘଟଣା

ସାନଖେମୁଣ୍ଡି ୧୮/୧୨: ଆନ୍ଧ୍ରପ୍ରଦେଶର  ଏକ କ୍ରସର ୟୁନିଟରେ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଆନ୍ଧ୍ର ପ୍ରଦେଶ ୱରଙ୍ଗଲ ଠାରେ ଥିବା ପଥର କ୍ବାରୀରେ ଘଟିଛି । ମୃତକ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧଖଣ୍ଡି ଗ୍ରାମର ପବିତ୍ର ବିଷୋୟୀ ଓ ମୁନା ସ୍ୱାଇଁ।

ସୂଚନା ଅନୁଯାୟୀ  ଶୁକ୍ରବାର ରାତି ପ୍ରାୟ ୧୧ଟାରେ ୱରଙ୍ଗଲ ଅଞ୍ଚଳର ଏକ କ୍ରସରରେ ରାତ୍ରକାଳୀନ ସିଫ୍ଟରେ ଦୁହେଁ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଅସାବଧାନତା ହେତୁ ମେସିନ୍ ଖସି ପଡିବାରୁ ଦୁହେଁ ରକ୍ତାକ୍ତ ହୋଇ ପଡ଼ିବା ସହ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ଥିଲେ। ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଖବର ଜଣା ପଡ଼ିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।