You are currently viewing ଆଜି ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବ କ୍ରାଇମ୍‌ବ୍ରାଞ୍ଚ

ଆଜି ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର-୨୦.୦୯.୨୦୨୧, ପାରଳାଖେମୁଣ୍ଡି ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ମୃତ୍ୟୁକୁ ଦୁଇ ମାସ ପୂରି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହା ଉପରୁ ପରଦା ହଟିନାହିଁ ।
ଏହି ମୃତ୍ୟୁ ମାମଲାରେ ଆଉ ପାଦେ ଆଗେଇଛି କ୍ରାଇମ୍‌ବ୍ରାଞ୍ଚ । ମାମଲାରେ କ୍ରାଇମବ୍ରାଞ୍ଚ ଟିମ ସଂପୃକ୍ତ ଥିବା ସମସ୍ତଙ୍କୁ ଜେରା କରିସାରିଛି । ତେବେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ତେବେ ସୌମ୍ୟରଞ୍ଜନ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡି​‌ଟେକ୍ସନ୍ ଟେଷ୍ଟ ପାଇଁ ଭୁବନେଶ୍ବର ସ୍ଥିତ ରସୁଲଗଡ଼ ଫୋରେନ୍‌ସିକ୍ ଲ୍ୟାବ୍‌ରେ ପହଞ୍ଚିଛନ୍ତ। ତେବେ ଏହି ଟେଷ୍ଟ ପରେ ମୃତ୍ୟୁ ଉପରୁ ରହସ୍ୟ ଉଠିବାର ସମ୍ଭାବନା ରହିଛି । ତେବେ ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିବ ସେ କେତେ ସତ କହୁଛନ୍ତି। ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ପ୍ରାୟ ୩ ଘଣ୍ଟା ମଧ୍ୟରେ ଡିଏଫଓଙ୍କୁ ପ୍ରାୟ ୧୦୦ ପ୍ରଶ୍ନ ପଚରା ଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।