You are currently viewing ଦିଲ୍ଲୀଗଲେ ଅଭିନେତା ପିଣ୍ଟୁନନ୍ଦ

ଦିଲ୍ଲୀଗଲେ ଅଭିନେତା ପିଣ୍ଟୁନନ୍ଦ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୭/୦୨, ଅପରେସନ ପାଇଁ ଦିଲ୍ଲି ଗଲେ ଅଭିନେତା ପିଣ୍ଟୁ ନନ୍ଦ । ଅଭିନେତା ପିଣ୍ଟୁନନ୍ଦ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କୁ ଦିଲ୍ଳୀ ସ୍ଥାନାନ୍ତର କରାଯାଇଛି । ଏନେଇ ସୂଚନାଦେଇଛନ୍ତି ଅଭିନେତା ଶ୍ରୀତମ ଦାସ । ଅପରେସନ ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ । ILVS ହସ୍ପିଟାଲରେ ପିଣ୍ଟୁଙ୍କର ଅପରେସନ କରାଯିବ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ । ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ସାହୁ । ଟଙ୍କାଏ ଟଙ୍କାଏ କରି ସଂଗ୍ରହ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ଅର୍ଥକୁ ପିଣ୍ଟୁ ନନ୍ଦଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ଦେଇଛନ୍ତି ରାଣୀ । ସମସ୍ତେ ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।