You are currently viewing ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ

ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ

ଭୁବନେଶ୍ୱର (ଏଏନ୍ଏସ୍): ଏଣିକି ସ୍କୁଲରେ ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ । ପୂର୍ବରୁ ସ୍କୁଲଗୁଡିକରେ ଆଧାରକାର୍ଡ ବାଧ୍ୟତାମୂଳକ ଥିଲା ବେଳେ ଉଦଳାରେ ଜଣେ ଛାତ୍ରୀଙ୍କ ନାମଲେଖାଁ ହୋଇପାରିନଥିଲା । ଏହି ଘଟଣାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସମସ୍ତଙ୍କୁ ଚିଠି ଲେଖିଛନ୍ତି । ନାମଲେଖା ବେଳେ ଆଧାରକାର୍ଡ ବାଧ୍ୟତାମୂଳକ ରଖିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏଥି ସହ ଯଦି ଏଭଳି କିଛି ଘଟଣା ସାମ୍ନାକୁ ଆସେ ତେବେ ସେହି ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।