You are currently viewing ଆଗେଇ ଚାଲିଛି ରଥ କାର୍ଯ୍ୟ

ଆଗେଇ ଚାଲିଛି ରଥ କାର୍ଯ୍ୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୦୯/୦୫, ଚଳଚଞ୍ଚଳ ରଥଖଳା । ଅଖ ନିର୍ମାଣ ପାଇଁ ତିନି ରଥର ଗୋଟିଏ ଗୋଟିଏ ୪୦ଫୁଟିଆ ଅଖ କାଠର ଅନୁକୂଳ ପୂଜା ସମ୍ପନ୍ନ ହେବା ପରେ ୩ଟି ଅଖର ଦୁଇ ପାର୍ଶ୍ୱର ଗୋଲେଇ କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ତିନି ରଥର ଆଉ ୩ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହୋଇଛି । ତିନି ରଥର ସର୍ବ ମୋଟ ୧୫ଟି ଚକ ନିର୍ମାଣ ଶେଷ ହୋଇଛି ।

ତାଳଧ୍ୱଜ ରଥର ୪ଟି ପଡି ନାହାକ ଚକରୁ ୩ଟି ଚକ କାମ ଶେଷ ହୋଇଛି । ରଥର ୧୧ଗୋଟି ସାଲ ଗୁଜ, ୯ଗୋଟି ଜଳଯନ୍ତ୍ର, ଓ ୮ଟି ତୀଖ ଗୁଜ ନିର୍ମାଣ ଶେଷ ହୋଇଛି । ସେହିଭଳି ନନ୍ଦିଘୋଷ ରଥର ମୋଟ ୧୬ଟି ଚକ ମଧ୍ୟରୁ ୪ଟି ନାହାକା ଚକ, ୪ଟି ପଡିନାହାକା ଚକ ମଧ୍ୟରୁ ୪ଟି ନାହାକା ଚକ କାମ ଶେଷ ହୋଇଛି । ସେପଟେ ତିନି ରଥର ରୂପକାର ସେବକମାନେ ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।