You are currently viewing ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୦୪/୦୫, ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ପୁରୀ ରଥଖଳାରେ ହେବ ଗୁଜ ଅନୁକୂଳ ନୀତି ସମ୍ପାଦନ। ରୂପକାର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁଜ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି। ରଥ ସଂହିତା ମୁତାବକ ଭୋଇସେବକ ମାନେ ତିନିରଥର ୪ଟି ଲେଖାଏଁ ୧୨ଟି ଧଉରାକାଠ ଦେବା ପରେ ରୂପକାରମାନେ ଗୁଜ ଅନୁକୂଳ କରିବେ । କୋଣ ଗୁଜରେ ସିଂହ ବିରାଳ ଖୋଦେଇ କରାଯିବ। ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ। ଭୋଇ ସେବକ ଯନ୍ତାଗାଢ ଖୋଳା ଆରମ୍ଭ କରିଛନ୍ତି। ଯନ୍ତାଗାଢରେ ଭୋଇ ସେବକମାନେ ତୁମ୍ବରେ ହୋଇଥିବା ବିନ୍ଧରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାର୍ଯ୍ୟ କରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।