You are currently viewing ଆଜି ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଆଜି ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୮/୧୧, ଆଜି ସଂନ୍ଧ୍ୟା ୫ଟା୪୫ରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବେଢଠକ ଅନୁଷ୍ଠିତ ହେବ । ଚଳିତ ମାସ ୨୪ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ରାଜ୍ୟ ସରକାର ଚଳିତ ବର୍ଷ ଆଣିବାକୁ ଥିବା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ବିଧେୟକକୁ ମନ୍ତ୍ରୀ ପରିଷଦ ଦ୍ୱାରା ଅନୁମୋଦନ ମିଳିପାରେ । ମନ୍ତ୍ରୀ ପରିଷଦ ବୈଠକ ହେବାକୁ ଥିବା କ୍ୟାବିନେଟ୍‌ରେ ପ୍ରାୟ ୯ରୁ ୧୦ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଗୃହୀତ ହୋଇପାରେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, କ୍ରୀଡ଼ା ଓ ଯୁବ ସେବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସମ୍ପଦ, ଅର୍ତ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ପ୍ରସ୍ତାବ ଆଲୋଚନାକୁ ଆସିପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।