You are currently viewing ଆଜିଠୁ ପ୍ରବଳ ଖରା

ଆଜିଠୁ ପ୍ରବଳ ଖରା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୪/୦୪,  ଆଜିଠୁ ପ୍ରବଳ ଖରା। ରାଜ୍ୟରେ ଆସନ୍ତା ୨ ଦିନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ। ତାତିରେ ସିଝୁଛି ରାଜଧାନୀ। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ହୋଇଥିଲା। ହେଲେ ଅପରାହ୍ଣରେ ସାମାନ୍ୟ ମେଘୁଆ ପାଗ ରାଜ୍ୟବାସୀଙ୍କୁ ଖରାରୁ ଆଶ୍ୱସ୍ତି ଦେଇଥିଲା। ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସମେତ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାର କିଛି ଅଂଶରେ ହାଲୁକା ବର୍ଷା ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।