You are currently viewing ଆଜିଠୁ ଆରମ୍ଭ ହେବ ବିଧାନ ସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଆଜିଠୁ ଆରମ୍ଭ ହେବ ବିଧାନ ସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୩/୦୭, ଆଜିଠୁ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ୧୩ ତାରିଖରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଏହି ବୈଠକରେ ବିଭିନ୍ନ ଷ୍ଟାଣ୍ଟିଂ କମିଟିର ରିପୋର୍ଟ ଉପସ୍ଥାପିତ ହେବ । ଜୁଲାଇ ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇପାରି ନଥିବ ତାହା ୨୯ ଜୁଲାଇରେ ଗିଲୋଟିନ ଜରିଆରେ ପାରିତ ହେବ । ଜୁଲାଇ ୩୦ରେ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଏହାଛଡା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ । ପୋଲିସର ଆଭିମୁଖ୍ୟକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ଶାସକ ଦଳ କହିଛି ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ।

ଅନ୍ୟମାନଙ୍କୁ ଜଣାନ୍ତୁ।