You are currently viewing ଆସନ୍ତା ୨୩ରୁ ଖୋଲିବ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆସନ୍ତା ୨୩ରୁ ଖୋଲିବ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ-୨୦.୦୮.୨୦୨୧, କୋଭିଡ ନିୟମ ଅନୁଯାୟୀ ଆସନ୍ତା ୨୩ ତାରିଖରୁ ଖୋଲିବ ଭଦ୍ରକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ଏହାସହ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ମଧ୍ୟ ଖୋଲିବ । ଭକ୍ତମାନେ ୨୩ ତାରିଖରୁ କୋଭିଡ କଟକଣାରେ ଆଖଣ୍ଡଳମଣୀଙ୍କ ଦର୍ଶନ କରିପାରିବେ । ପ୍ରତ୍ୟେକ ଦିନ ସକାଳ ୬ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । ସପ୍ତାହରେ ଶନିବାର ଦିନ ମନ୍ଦିର ପରିସର ସାନିଟାଇଜ୍ କରାଯିବ । ଏଥି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସୂଚନା ମୁତାବକ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମାକ୍ସ ପିନ୍ଧିବା ସହ ହାତକୁ ସାନିଟାଇଜ୍ କରିବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି । ଏଥିସହ ଭକ୍ତମାନେ ମନ୍ଦିରକୁ ଭୋଗ ନେଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।