You are currently viewing ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର, ଆଜି ମଧ୍ୟ ଗୃହ କାର୍ଯ୍ୟ ଚାଲିବା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟକୁ ଆସି ହୋ-ହାଲ୍ଲା କରିଥିଲେ । ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ପାଟିତୁଣ୍ଡ କରିଥିଲେ କଂଗ୍ରେସ ବିଧାୟକମାନେ । ସାମାଜିକ ସୁରକ୍ଷା ନିଶ୍ଛିତ କରିବାକୁ ଏକ କମିଟି ଗଠନର ଦାବି ନେଇ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ମାଡି ଆସିଥିଲେ । ଏପରିକି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିଭିନ୍ନ ପ୍ରକାର ନାରା ଦେଇଥିଲେ ବିରୋଧୀ ବିଧାୟକ । ଏପ୍ରସଙ୍ଗରେ ଗୃହରେ ରୁଲିଂ ଦାବି କରିଥିଲେ କଂଗ୍ରେସ ଦଳର ବିଧାୟକମାନେ । ଗୃହ କାର୍ଯ୍ୟକୁ ସୁଚାରୁରୂପେ ଚଳାଇବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ନହେବାକୁ ଗୃହ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।

ଅନ୍ୟମାନଙ୍କୁ ଜଣାନ୍ତୁ।