You are currently viewing ଜନ୍ମ ହେବାର କିଛିଦିନ ପରେ ଅନ୍ଧ ହେଉଛନ୍ତି ସମସ୍ତେ

ଜନ୍ମ ହେବାର କିଛିଦିନ ପରେ ଅନ୍ଧ ହେଉଛନ୍ତି ସମସ୍ତେ

  • Post category:ଓଡିଶା
  • Reading time:1 mins read

ଦୁନିଆରେ ଆଜିବି ଏପରି କିଛି ଯାଗା ଅଛି ଯେଉଁଠାରେ ଅନେକ ରହସ୍ୟ ଲୁଚି ରହିଛି । ଏହାଛଡା ଦୁନିଆରେ କିଛି ଏପରି ଯାଗା ଅଛି ଯାହା ବିଷୟରେ ଶୁଣି ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହିସବୁ ରହସ୍ୟ ବିଷୟରେ ଜାଣି ଲୋକେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି । ଲୋକେ ଭାବନ୍ତି କେମିତି ଏପରି ହୋଇପାରେ । ଏବେ ଆମେ ଆପଣଙ୍କୁ ଗୋଟେ ଏପରି ଯାଗା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣି ଆପଣ କେବେ ବିଶ୍ୱାସ କରିପାରିବେ ନାହିଁ । ସେହିପରି ଏକ ଯାଗା ହେଉଛି ମେକ୍ସିକୋର ଏକ ଗାଁ । ଏହି ଗାଁରେ ପିଲାମାନେ ଜନ୍ମ ହୁଅନ୍ତି । କିନ୍ତୁ ଜନ୍ମ ହେବାର କିଛିଦିନ ପରେ ପିଲାଙ୍କ ଆଖିର ଜ୍ୟୋତି ଚାଲିଯାଏ । ସବୁଠୁ ଅ।ଶ୍ଚର୍ଯ୍ୟକଲାପରି କଥା ହେଉଛିକି ମଣିଷଠୁ ନେଇ ପଶୁ ଯାଏଁ ସମସ୍ତେ ଏହି ଦୃଷ୍ଟି ହୀନତାର ଶିକାର ହୁଅନ୍ତି । ମେକ୍ସିକୋର ଏହି ଗାଁକୁ ଅନ୍ଧ ମାନଙ୍କ ଗାଁ ବୋଲି କୁହାଯାଏ । ଏଭଳି ବିଶେଷତା ପାଇଁ ଏହି ଗାଁ ପୁରା ଦୁନିଆରେ ଚର୍ଚ୍ଚିତ । ସମଗ୍ର ଦୁନିଆରେ ଏହା ହେଉଛି ପ୍ରଥମ ଗାଁ । ଯେଉଁଠାରେ ଜନ୍ମ ହେବାର କିଛି ଦିନ ପରେ ସମସ୍ତେ ଦୃଷ୍ଟିଶକ୍ତି ହରାଉଛନ୍ତି । ଏହି ଗାଁର ନାମ ହେଉଛି ଟିଲ୍ଟେପକ ଗାଁ । ସମଗ୍ର ଦୁନିଆରେ ଏହା ହେଉଛି ଏପରି ଗାଁ ଯେଉଁଠାରେ ସମସ୍ତେ ଅନ୍ଧଅଟନ୍ତି ।

ଏହି ଗାଁରେ ସମସ୍ତେ ଜନଜାତି ରୁହନ୍ତି । ଏହି ଜନଜାତିର ପିଲାମାନେ ଜନ୍ମ ହେବାର କିଛିଦିନ ପରେ ଦୃଷ୍ଟି ଶକ୍ତି ହରାଇ ଅନ୍ଧ ହୋଇଯାଆନ୍ତି ଏବଂ ଏହାର କାରଣ ସେମାନେ ଏକ ଅଭିଶପ୍ତ ଗଛକୁ ମାନନ୍ତି । ତାଙ୍କ କହିବା ଅନୁସାରେ ଲାବଜୁଏଲା ନାମକ ଏକ ଗଛ ଅଛି । ଯାହାକୁ ଦେଖିଲାପରେ ସମସ୍ତେ ଅନ୍ଧ ହୋଇଯାଆନ୍ତି । ଏହି ଗାଁରେ କାହିଁ କେବେଠୁ ଏହି ଗଛ ଅଛି । ଏହି ଗଛକୁ ଦେଖିଲାପରେ ଅନ୍ଧ ହୋଇଯିବାକଥା କେହି କେହି ମାନୁଥିବା ବେଳେ ଆଉ କେହି ଏହାକୁ ଅନ୍ଧ ବିଶ୍ୱାସ ବୋଲି ମାନନ୍ତି । କିନ୍ତୁ ବୈଜ୍ଞନିକଙ୍କ କହିବା ଅନୁସାରେ ଏହି ଗାଁଟି ଥିବା ସ୍ଥାନରେ ବିଷାକ୍ତ ମାଛିମାନେ ଅଛନ୍ତି । ଏହି ମାଛି ମାନଙ୍କ କାଟିବା ଦ୍ୱାରା ସମସ୍ତେ ଅନ୍ଧ ହୋଇଯାଆନ୍ତି । ଏହା ଜଣାପଡିବା ପରେ ମେକ୍ସିକୋର ସରକାର ଗାଁ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଚାହିଁଥିଲେ । କିନ୍ତୁ ସରକାରଙ୍କୁ ମଧ୍ୟ କିଛିବି ସଫଳତା ମିଳିନଥିଲା । ପରେ ସରକାର ସେହି ଜନଜାତିଙ୍କୁ ସ୍ତାନାନ୍ତର କରିବାରୁ ଚିନ୍ତା କଲେ । କିନ୍ତୁ ସେଠାର ଜଳବାୟୁ ଜନଜାତିଙ୍କ ପାଇଁ ଅନୁକୂଳ ନଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।