poster

ରାଜଧାନୀରୁ ହଟିବ ରାଜନୈତିକ ଲେଖା ଓ ପୋଷ୍ଟର 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜଧାନୀରୁ ହଟିବ ରାଜନୈତିକ ଲେଖା । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟିବା ପାଇଁ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ । କାନ୍ଥ ଲେଖା ବି ଲିଭାଇବ ବିଏମସି । ଏହାସହ କାନ୍ଥ, ଗଛ ଓ ଖୁଂଟରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି । 

ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଥିବା ସହ କାମରେ ବିଏମସିକୁ ସହଯୋଗ କରୁଥିବା କମିସନର ସୂଚନା ଦେଇଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।