You are currently viewing ଆମ୍ବୁଲାନ୍ସ ଟ୍ରକ ଧକ୍କା, ୫ ଗୁରୁତର

ଆମ୍ବୁଲାନ୍ସ ଟ୍ରକ ଧକ୍କା, ୫ ଗୁରୁତର

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(ଏଏନଏସ)୦୯/୦୫, ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଘଟିଛି ଏକ ମମର୍ନ୍ତୁଦ ଦୁର୍ଘଟଣା କଲିକତା ମେଦୀନିପୁରରୁ ରୋଗୀ ନେଇ ଭୁବନେଶ୍ୱର ଯାଉଥିବା ଆମ୍ବୁଲାନ୍ସ ଓ ଟ୍ରକ ଧକ୍କା ହେବା ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୫ ଜଣଗୁରୁତର ହୋଇଛନ୍ତି । ଦୁର୍ଘଟଣାପରେ ଟ୍ରକ ଚାଳକ ସେଠାରୁ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଖନ୍ତପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଖନ୍ତପଡା ମେଡିକାଲ ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ତାନାନ୍ତର କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।