You are currently viewing ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ

ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ

ଏଏନ୍ଏସ୍: ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଦୁଇ ଦିନିଆ ଗସ୍ତରେ ଅମିତ ଶାହା ଓଡିଶା ଆସିବା ଖବର ମିଳିଛି । ଓଡିଶା ଆସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । କାଲି ରାତି ୮:୩୦ ରେ ନୂଆଦିଲ୍ଲୀରୁ ବାହାରି ୧୦;୪୦ରେ ଆସି ଭୁବନେଶ୍ୱର ପହଞ୍ଚିବା ଖବର ରହିଛି । ପରଦିନ ତଥା ଶନିବାର ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟରେ ମୁକାବିଲା ବୈଠକରେ ଯୋଗ ଦେବେ । ସେହିପରି ଶେଷରେ ଦଳୀୟ କାର୍ଯ୍ୟକର୍ତ୍ତା ସହ ଏକ ବୈଠକରେ ଯୋଗ ଦେଇ ସନ୍ଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବାର ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।