You are currently viewing ଖୋଲିଲା ଅଙ୍ଗନବାଡି କେନ୍ଦ୍ର

ଖୋଲିଲା ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର, ଦୀର୍ଘ ୧୦ମାସ ପରେ ଆଜିଠାରୁ ଖୋଲୁଛି ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର | ଦୀର୍ଘ ଦିନପରେ ପରେ ଅଙ୍ଗନବାଡି କେନ୍ଦ୍ର ଖୋଲୁଥିବାରୁ ଛୋଟ ଛୋଟ ପିଲାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି | ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଫେବୃଆରି ଗାଇଡ ଲାଇନ୍ ଅନୁଯାୟୀ ଫେବୃଆରୀ ୧ ତାରିଖରରୁ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା | ତେବେ ଆଜି କରୋନା କଟକଣା ଭିତରେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଖୋଲାଯାଇଛି | ସେହିପରି ପ୍ରାଥମିକ ସ୍କୁଲ ଖୋଲିବା ନେଇ ମଧ୍ୟ ଏସ୍ଓପି ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।