You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆଉ କେହି ହାତୀ ପାଳିପାରିବେ ନାହିଁ । ହାତୀ ପାଳିବା ଉପରେ ରୋକ ଲଗାଇଲେ କୋର୍ଟ । କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ।
୨. କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ୧୭ ଦିନ ପରେ ନୂଆ ଲୁକରେ ନଜର ଆସିଛନ୍ତି ରାହୁଲ ଗାନ୍ଧି । ଭାରତ ଯୋଡୋ ଯାତ୍ରା ସଂପୂର୍ଣ୍ଣ କରିବା ପରେ ରାହୁଲ ଗାନ୍ଧି ମଙ୍ଗଳବାର ଦିନ ବ୍ରିଟେନ ପହଞ୍ଚିଛନ୍ତି ।
୩. ମା’ ପାଖରେ ଶୋଇଥିବା ପିଲା ଟେକି ନେଇ ମାରିଦେଲା ବୁଲା କୁକୁର । ଏଭଳି ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଏକ ସରକାରୀ ହସପିଟାଲରେ ଘଟିଛି ।
୪. ମଧ୍ୟପ୍ରଦେଶର ମୁରୈନରେ ଜଣେ ମହିଳା ନିଜ ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ଆଉ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଘର ପଛରେ ଥିବା ସୋରିଷ କ୍ଷେତରେ ପୋତିଦେଇଥିଲେ ।
୫. ମୁହାଁମୁହିଁ ପିଟି ହେଲା ଦୁଇଟି ଟ୍ରେନ । ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟ ହୋଇଛି । ଆହତ ହୋଇଛନ୍ତି ୮୫ ରୁ ଅଧିକ ଯାତ୍ରୀ । ଗ୍ରୀସର ଲାରିସା ସହର ନିକଟରେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି ।
୬. ସମ୍ବଲପୁର ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାଭହ ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟିଯିବା ଫଳରେ ଜଳିଗଲା ଦୋକାନ । ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ ।
୭. ଯାଜପୁର ରୋଡ ଥାନା ଗଣେଷବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ମାଛ ବେପାରୀଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ନେଳିବାରୀ ଗ୍ରାମର ଅନାଦି ମଳିକ ।
୮. ସମ୍ବଲପୁରରେ ପିସି ବ୍ରିଜରୁ ଡେଇଁ ବୁର୍ଲା ଭିସୁଟର ଛାତ୍ରୀ ନିଖୋଜ ଘଟଣା । ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ ଦେହ । ଗତ କାଲି ବିଳମ୍ବିତ ରାତିରେ ଖୋଜା ଖୋଜି କରିଥିଲେ ଅଗ୍ନିଶମ ବାହିନୀ ।
୯. ଦୀର୍ଘ ୧୭ ବର୍ଷର ଅପେକ୍ଷା ପରେ ବର୍ତ୍ତମାନ ମିଳିଛି କିଛି ନ୍ୟାୟ । ପୋଲିସ ଗୁଳିରେ ଯୁବ ଇଂଜିନିୟର ସୟଦ ମମତା ଅଲ୍ଲିଙ୍କ ମୃତ୍ୟୁ ହୋଇଥିଲୋ ଏବେ ତାଙ୍କୁ ନ୍ୟାୟ ମିଳିଛି ।
୧୦. ବିଧାନସଭାରେ ଉଠିଲା ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ ପ୍ରସଙ୍ଗ । ଚାଲି ପାରିଲାନି ପ୍ରଶ୍ନକାଳ । ଆଜି ଗ୍ରୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଲ କରିଥିଲେ ବିଜେପି ବିଧାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।