You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆମେରିକାର ସାନ ଫ୍ରାନ୍‌ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭିତରେ ପଶି ଭଙ୍ଗାରୁଜା କରିଥିବା ଖଲିସ୍ତାନୀ ସମର୍ଥକଙ୍‌କୁ ବାଇଡେନ ସରକାର କଡ୍ଡା ନିନ୍ଦା କରିଛନ୍ତି । ଆମେରିକା ଏଭଳି ଆକ୍ରମଣ କାଣ୍ଡକୁ ସହଜରେ ଗ୍ରହଣ କରିପାରୁନାହିଁ ।
୨. ନିଜ ସରକାରୀ କାର୍ଯ୍ୟାଳୟରେ ଲଗାଇଥିଲେ ଆତଙ୍କବାଦୀ ଓସାମା ବିନ ଲାଡେନର ଫଟୋ , ଏବେ ସେଚାକିରିରୁ ହୋଇଛନ୍ତି ବରଖାସ୍ତ । ଉତ୍ତରପ୍ରଦେଶର ଫାରୁଖାବାଦ ଜିଲ୍ଲାରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଉପଖଣ୍ଡ ଅଧିକାରୀ ରବିନ୍ଦ୍ର ପ୍ରକାଶଗୌତମଙ୍କୁ ଉପରିସ୍ଥ ଅଧିକାରୀ ସେବାରୁ ବରଖାସ୍ତ କରିଛନ୍ତି ।
୩. ୩୦ ତାରିଖରେ ରାମ ନବମୀ । ବାଲେଶ୍ୱରରେ ରାମ ନବମୀ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ବାଲେଶ୍ୱର ପୋଲିସ ଏବଂ ରାପିଡ ଆକ୍ସନ ଫୋର୍ସ ସହରରେ ଫ୍ଲାଗ ମାର୍ଚ୍ଚ ।
୪. ଥମିବାର ନାଁ ଧରୁନି କୋଇଡା ବିଡିଓଙ୍କ ବଦଳି ଦାବି । ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସିପିଆଇଏମ ନେତୃତ୍ୱରେ ଦିର୍ଘ ଆଠ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବନ୍ଦ କରି ବିକ୍ଷୋଭ ନେବାରୁ ଆଜି ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କୋଇଡା ବନ୍ଦର ଡାକରା ଦେଇଛି ।
୫. ରାଜଧାନୀ ରାତିରେ ବୁଲୁଛନ୍ତି ଲୁଟେରା । ରାତି ସାଢେ ୩ ଟାରେ ଲୁଟର ଶିକାର ହେଲେ ମହିଳା । ଫୁଲ ତୋଳିବକୁ ଯାଇଥିବା ବେଳେ ଝାମ୍ପିନେଲେ ସୁନା ଚେନ । ଭୁବନେଶ୍ୱର ଲକ୍ଷ୍ମୀସାଗର ଓସ୍କାର ସିଟି ଅଞ୍ଚଳରେ ହୋଇଛି ଲୁଟ । ମହିଳା ଜଣଙ୍କ ଫୁଲ େତୋଳିବା ପାଇଁ ଘର ବାହାରକୁ ଆସିଥିବା ବେଳେ ଲୁଟେରା ତାଙ୍କୁ ଗୋଡାଇ ଗୋଡାଇ ସୁନା ଚେନ ଝାମ୍ପି ନେଇଥିଲା ।
୬. ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ। ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ। ପୋଲିସ ଜବତ କରିଥିବା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଏହା ଜଣାପଡିଛି।
୭. ବୋଲଗଡ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ଯ ହରାଇ ଓଲଟିଲା ସୀମା ସୁରକ୍ଷା ବାହିନୀଙ୍କ ଟ୍ରକ । ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବୋଲଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା ।
୮. ଏନକାଉଣ୍ଟରରେ ମହିଳା ମାଓବାଦୀ ମୃତ। ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଗଙ୍ଗଲୁର ଜଙ୍ଗଲରେ ମାଓବାଦୀ ଲୁଚି ଥିବା ଖବର ପାଇ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା।
୯. ମୂଷା ଯୋଗୁ ଶ୍ରୀମନ୍ଦିରରେ ପାଲା। ଶ୍ରୀମନ୍ଦିରରେ ଶୋଇବାରେ ଶ୍ରୀଜିଉଙ୍କୁ ହେବ ଅସୁବିଧା। ମୂଷା ଧରା ମେସିନରୁ ଆସୁଥିବା ବିପ ଶବ୍ଦ ଯୋଗୁଁ ମହାପ୍ରଭୁଙ୍କ ନିଦ୍ରାରେ ସୃଷ୍ଚି ହୋଇପାରେ ବ୍ଯାଘାତ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ତର୍କବିତର୍କ।
୧୦. ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌। ଘଟଣାସ୍ଥଳରେ ୨ ମୃତ। ଖୋର୍ଦ୍ଧା ଗଙ୍ଗପଡା ପୁରୁଣା ଟୋଲଗେଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ପିକଅପ୍‌ ଭ୍ୟାନ୍‌ ପଛ ପଟୁ ଧକ୍କା ଦେଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।