You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଗତକାଲି ସ୍ନାନପୂର୍ଣ୍ଣିମାରେ ଗାଧୋଇସାରି ଶ୍ରୀଜିଉ ଅଣସର ପଣ୍ଡିରେ ଥିବାବେଳେ ଆଜିଠାରୁ ଆରମ୍ଭ ହେଉଛି ଅଲାରନାଥ ଦର୍ଶନ ।
୨. ବାହାନାଗା ରେଳ ଦୁର୍ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଏବେବି ହାତରେ ମୃତକଙ୍କ ଫଟୋଧରି ଖୋଜୁଛନ୍ତି ସମ୍ପର୍କୀୟ ।
୩.ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ଏବେ ବିହାରରେ ଏକ ବଡ ଅଘଟଣ ଘଟିଯାଇଛି । ବିହାରରଭାଗଲପୁରରେ ନିର୍ମାଣଧୀନ ବ୍ରିଜ ଭୁଶୁଡିପଡିଛି ।
୪. ଦୀର୍ଘ ୧ ଘଣ୍ଟା ପରେ ବାହାନାଗା ବଜାର ଷ୍ଟେସନ ଦେଇ ଗଡିଲା ଟ୍ରେନ ।
୫.ଯାଜପୁର ଥାନା ଯୋଡିକୂଅ ଛକ ନିକଟରେ ବାିକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିବା ସହ ୨ଜଣ ଗୁରୁତର ହୋଇଛନ୍ତି ।
୬. ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ ।
୭. ପୁଣି ବରଗଡଠାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ୫ଟି ବଗି ଓଲଟି ପଡିଛି ।
୮. ବାହାନାଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କର ପିଲାଙ୍କୁ ପାଠପଢାଇବା ପାଇଁ ସେହୱାଗ ହାତ ବଢାଇଛନ୍ତି ।
୯.ବାହାନାଗ ଟ୍ରେନ ଦୁର୍ଘଟଣାରେ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀରୁ ଆସିଛନ୍ତି ୧୭ ଜଣିଆ ବିଶେଷଜ୍ଞ ଦଳ ।
୧୦.ଟ୍ରେନ ଦୁର୍ଘଟଣାକୁ ୬୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏବେବି ଅନେକ ନିଖୋଜ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।