You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜଧାନୀର ୭୩ ତମ ପ୍ରତଷ୍ଠା ଦିବସ । ୧୯୪୮ ମସିହା ଆଜିର ଦିନରେ ଏହା ରାଜଧାନୀର ମାନ୍ୟତା ପାଇଥିଲା ।
୨. ଶ୍ରୀମନ୍ଦିରର ୨୩ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ ।
୩. କୋରୋନା ସଂକ୍ରମଣ ବୃଦ୍ଧିକୁ ମୁକାବିଲା କରିବା ପାଇଁ କାଲିଠାରୁ ୭ ଦିନ ଯାଏ ଗଞ୍ଜାମ ଜିଲ୍ଲାରେ ପାର୍କ,ବେଳାଭୂମି ଓ ମନ୍ଦିର ବନ୍ଦ ।
୪. ଆଜି ଓ ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାର ଧାର୍ମିକ ପୀଠରେ ୧୪୪ ଧାରା ଜାରି ।
୫. ଆଜି ରାଜ୍ୟରୁ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ମୃତ ।
୬. ରାଜ୍ୟର ୧୧ଟି ଜିଲ୍ଲାରେ କୋଭିଡ ଟିକାକରଣ ସଂପୂର୍ଣ୍ଣ ବନ୍ଦ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।
୭. ଭଦ୍ରକ ଆରଡ଼ି ଫାଣ୍ଡିରେ ଯୁବକଙ୍କୁ ମାସ୍କ ପାଇଁ ମାଡ଼ ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ବଦଳି କଲେ ଏସ୍ପି ଚରଣ ସିଂହ ମୀନା ।
୮. କଳାହାଣ୍ଡିରେ ୨୫ ଜଣ ନକଲି ଶିକ୍ଷକ ବହିଷ୍କୃତ । ନକଲି ଶିକ୍ଷକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ।
୯. ଝାରସୁଗୁଡ଼ା କୁମ୍ଭାରବନ୍ଧରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସର ତଦନ୍ତ ଜାରି ।
୧୦. କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ୧୦୦ଟି ଡିଟୋନେଟର ଓ ୯୮ଟି ଜିଲେଟିନ ଜବତ କଲା ପୋଲିସ,୩ ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।