You are currently viewing ANS SUPERFAST 2@10

ANS SUPERFAST 2@10

  1. ଆଜି ରାଜ୍ୟରୁ 11,807 କରୋନା ପଜିଟିଭ ଚିହ୍ନଟ ଏବଂ 21 ମୃତ ।
  2. ଚନ୍ଦନ ଯାତ୍ରାର ଚୂଡାନ୍ତ ନିଷ୍ପତ୍ତି 11ରେ । ଚନ୍ଦନ ଯାତ୍ରା ସୀମିତ ସେବାୟତଙ୍କୁ ନେଇ ହେବ ।
  3. ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ କମିଶନରେଟ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ । ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଗାଡ଼ି କ୍ରେନ୍‌ରେ ଉଠାଇନେଲା ନେଲା ପୋଲିସ ।
  4. କୋଭିଡ୍ ଡ୍ୟୁଟିରେ ଯାଉଥିବାବେଳେ ଓଲଟିଲା ସରକାରୀ ବସ୍, ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର । କଟକରୁ ବଲାଙ୍ଗିର ଯାଉଥିଲା ବସ ।
  5. କଳାହାଣ୍ଡି କେସିଙ୍ଗା ଥାନା NH-୨୬ କନ୍ତେଶିର ଗାଁରେ ଘରେ ଶୋଇଥିବା ବେଳେ ମାଡ଼ିଗଲା ୧୪ ଚକିଆ ଆଳୁ ଟ୍ରକ । ମହିଳା ମୃତ, ସ୍ବାମୀ ଗୁରୁତର ।
  6. ଭବାନୀପାଟଣା ସଦର ଥାନା ଖ଼ଇରମାଳ ଗାଁ ବିଲରୁ ମୃତଦେହ ମିଳିବା ଘଟଣାରେ ଜଣଙ୍କୁ ଗିରଫ କଲା ପୋଲିସ।
  7. ମୟୂରଭଞ୍ଜ ବିଶୋଇ ରେଞ୍ଜ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣଙ୍କୁ ହାତୀର ଆକ୍ରମଣ । ଆଈ ଓ ନାତୁଣୀଙ୍କୁ ଦଳି ମାରିଦେଲା ହାତୀ, ମାଆ ସଂକଟାପନ୍ନ, ଡାକ୍ତରଖାନାରେ ଭର୍ତ୍ତି ।
  8. ଆସିକା ଗୋଲାପଲ୍ଲୀ ଗାଁରେ ମହିଳାଙ୍କ ମୃତ ଦେହ ଠାବ । କରୋନା ଆଶଙ୍କାରେ ଶବ ଛୁଉଁନାହାନ୍ତି ଲୋକେ ।
  9. ଶୋଇଥିବାବେଳେ କାମୁଡିଦେଲା ସାପ ; ଭାଇଭଉଣୀ ମୃତ । । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ।
  10. ଭୁବନେଶ୍ବର ଖଣ୍ଡଗିରି ନିକଟରେ ମାଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ; ଟ୍ରକର ଡ୍ରାଇଭର ମୃତ, ହେଲ୍‌ପର ଗୁରୁତର , ଏମ୍‌ସ ହସ୍ପିଟାଲରେ ଭର୍ତ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।