You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୧୨ ହଜାର ୫୨୩ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୨୭ ମୃତ ।
୨ . ଆଜି ସନ୍ଧ୍ୟା ୫ଟା ୩୦ରେ ବସିବ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ ବୈଠକ ଅନୁଷ୍ଠିତ ହେବ ।
୩ . ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟ୍ୟାବୁଲେସନ ରେଜିଷ୍ଟର ଦାଖଲର ସମୟସୀମା ବୃଦ୍ଧି କଲେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ।
୪ . ଡାଇବେଟିସ ଥିଲେ ବ୍ଳାକ ଫଙ୍ଗସ ହେବାର ସମ୍ଭାବନା ବେଶି ରହିଛି । ଏନେଇ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା ।
୫ .ଭୁବନେଶ୍ବର ଝାରପଡା ଜେଲରେ ୯୬ କରୋନା ସଂକ୍ରମିତ ଚିହ୍ନଟ ।
୬ . ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପାଇଁ ଦେଲେ ୨ଟି ଆମ୍ବୁଲାନ୍ସ ।
୭ . ଅଫ୍ ଲାଇନରେ ହେଉଥିଲା ମଦ ବିକ୍ରି, କୋଭିଡ ନିୟମ ଉଲ୍ଲଘଂନ କରି ମଦ ଦୋକାନ ସିଲ୍ କଲା ବ୍ରହ୍ମପୁର ପୋଲିସ ।
୮ . ସମ୍ଭାବ୍ୟ ବାତ୍ୟା ପରର ସ୍ଥିତି ସଜାଡ଼ିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ SRC ।
୯ . ୧୪ ଦିନର ଶିଶୁକନ୍ୟାର ମୃତ୍ୟୁରେ ଆତ୍ମହରା ହୋଇ ବିଷ ପିଇଲେ ବାପା-ମାଆ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଗୁମୁରା ଗାଁରେ ।
୧୦ . ଢେଙ୍କାନାଳରେ କୋଭିଡ ନିୟମ ଉଲଘଂନ ଅଭିଯୋଗରେ ଏକ ସପିଂ ମଲ ସିଲ କଲେ ପୌର ଅଧିକାରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।