You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୬,୭୩୬ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୩୪ ମୃତ ।
୨ . ବିଶିଷ୍ଟ ଓଡିଆ ଗାୟକ ଓ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ କୋଭିଡରେ ପରଲୋକ ।
୩ .ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥିତି ସମୀକ୍ଷା ପରେ କରିପାରନ୍ତି ସହାୟତା ଘୋଷଣା ।
୪ . ‘ବାତ୍ୟା ‘ୟାସ୍’ ଯୋଗୁଁ ଟେଷ୍ଟିଂ କମିଛି ସେଥିଲାଗି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିଛି’ – ସ୍ବାସ୍ଥ୍ୟ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ
୫ . ବାତ୍ୟା ‘ୟାସ୍’ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା , ଭଞ୍ଜବସାରେ ୩୮୨ ମି.ମି ବର୍ଷା ରେକର୍ଡ ।
୬ .ବାତ୍ୟା ପ୍ରଭାବିତ ୧୨୮ଟି ଗାଁକୁ ୭ ଦିନ ରିଲିଫ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
୭ . ଝାରପଡା ଜେଲରେ କରୋନା କାୟା । ଆଜି ପୁଣି ୨୧ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ।
୮ . ଲମତାପୁଟ ନନ୍ଦପୁର ଥାନା ଦେବଗନ୍ଧିଣା ନିକଟରେ ବିଦ୍ୟୁତ କାମବେଳେ ଲାଇନମ୍ୟାନ ମୃତ ।
୯ .ନବରଙ୍ଗପୁର ପାପଡାହାଣ୍ଡି ଥାନା ଖୁଟୁଗାଁରେ ଜୁଆ ଆଡ୍ଡାରେ ଚଢ଼ଉ,୩ ଅଟକ ।
୧୦ .ନଦୀରୁ ମିଳିଲା ଅଖାରେ ବନ୍ଧା ଯାଇଥିବା ମୃତଦେହ, ଶବ ଜବତ କରି ପୋଲିର ତଦନ୍ତ ଆରମ୍ଭ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତେଲ ନଦୀରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।