You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୫,୨୩୫ କରୋନା ପଜିଟିଭ ଚିହ୍ନଟ ଏବଂ ୪୩ ମୃତ ।
୨ . ଓଡ଼ିଶାର ପୂର୍ବତନ ସୂଚନା କମିଶନର ,ଅର୍ଥନୀତିଜ୍ଞ ,ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଙ୍କ ୭୮ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ।
୩ . ଆଜି ଅପରାହ୍ନ ୫ଟା ୩୦ରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ସ୍ବତନ୍ତ୍ର କୋଭିଡ ପ୍ୟାକେଜ୍‌ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ।
୪ . ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଆଜି କଂଗ୍ରେସ ପକ୍ଷରୁ ଧାରଣା ।
୫ . ବିଦେଶ ଯାତ୍ରା କରିବାକୁ ଯାଉଥିବା ଲୋକ ୮୪ ଦିନ ପରିବର୍ତ୍ତେ ୨୮ ଦିନ ପରେ ନେଇପାରିବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ।
୬ . .ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଳନ୍ଥରା ମାମଲାରେ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ ।
୭ . ଧାନର MSP ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି ।
୮ . କୋଭିଡ କଟକଣା ଉଲଘଂନ ଅଭିଯୋଗରେ ସିଲ ହେଲା ପଟିଆ ସ୍ଥିତ ‘ଦ ନନ ଭେଜ ୱାର୍ଲ୍ଡ,୩ଜଣ କର୍ମଚାରୀ ଗିରଫ ।
୯ . ବରଗଡ଼ ଜିଲା ପଦ୍ମପୁରରେ ପୋଲିସ ମାଓବାଦୀ ଗୁଳି ବିନିମୟରେ ଏହି କ୍ୟାଡର ମାଓବାଦୀଙ୍କ ନିହତ ।
୧୦ . ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍‌। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ଛକ ନିକଟରେ।

ଅନ୍ୟମାନଙ୍କୁ ଜଣାନ୍ତୁ।